ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଅଗଷ୍ଟ ୮(ଓଡ଼ିଶା ଡ଼ଟ୍ କମ୍) ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୦ ତମ ଜୟନ୍ତି ଅବସରରେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ଅଧ୍ୟାପକ ଅର୍ନ୍ତଯ୍ୟାମି ସାହୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଗଙ୍ଗାଧର ସାହିତ୍ୟ ସଂମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ।
ସେହିପରି ଗଙ୍ଗାଧର ପ୍ରତିଭାସଂମ୍ମାନ ପାଇଁ ବିଶିଷ୍ଟସଙ୍ଗିତଜ୍ଞ ତଥା ନାଟ୍ୟକାର ବ୍ରଜେନ୍ଦ୍ର ନାୟକ ମନୋନୀତ ହୋଇଥିବା ଗଙ୍ଗାଧର ସାହିତ୍ୟ ପରିଷ ପକ୍ଷରୁ ଘୋଷଣା କରାଯାଇଛି ।
ଅବସରପ୍ରାପ୍ତ ଅଧ୍ୟାପକ ସାହୁ ରାଜ୍ୟର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୩୦ ବର୍ଷର ଶିକ୍ଷା ପ୍ରଦାନ ମଧ୍ୟରେ ଓଡ଼ିଆ ସାହିତ୍ୟ ସମେତ ଗଙ୍ଗାଧରଙ୍କ ସାହିତ୍ୟ କୃତି ଉପରେ କାମ କରିଛନ୍ତି ବୋଲି ପରିଷର ସଂପାଦକ ମଣିନ୍ଦ୍ର ମେହେର କହିଛନ୍ତି ।
ବ୍ରଜେନ୍ଦ୍ର ଦୂରସଞ୍ଚାର ବିଭାଗର ଜଣେ କର୍ମଚାରୀ । ସେ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ପୂଜାପାଇଁ ଫୁଲଟିଏ, ଟିଭି ଧାରାବାହିକ ରଜନୀ ଗନ୍ଧା, ଆଶାର ଆଲୋକ ଆଦିରେ କାମ କରିଛନ୍ତି ।
ପୂର୍ବରୁ ଡ଼ା.ଗଙ୍ଗାଧର ଗୁରୁ, କେଶବଚନ୍ଦ୍ର ପଟ୍ଟନାୟକ, ମଧୁସୂଦନ ପତି, ହରେକୃଷ୍ଣ ମେହେର, ଧୃବରାଜ ନାଏକ, ଆଦିକନ୍ଦ ସାହୁ, ହରିଶଙ୍କର ବଡ଼ପଣ୍ଡା, ଚିତ୍ରଶିଳ୍ପୀ ବୀରବର ସାହୁ, ରାଜାରାମ ମେହେର, ମଙ୍ଗଳୁ ଚରଣ ବିଶ୍ୱାଳ ପ୍ରମୁଖ ଏହି ସଂମ୍ମାନ ହାସଲ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply