ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବଲାଙ୍ଗୀର, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲାରେ ରବିବାର ମର୍ମନ୍ତୁନ୍ତ ସଡ଼କ
ଦୁର୍ଘଟଣାରେ ପିକ୍ନିକ୍ କରିବାକୁ ଯାଉଥିବା ଛଅ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।
ବଲାଙ୍ଗୀରରୁ ସାତ ଜଣ ଯୁବକଙ୍କୁ ନେଇ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ଏକ କାର୍ ସଇଁତଲା
ନିକଟସ୍ଥ କରେଲଧୂଅାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା ।
ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନା ଯିବା ରାସ୍ତାରେ ଅନ୍ୟ
ତିନି ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତର ଆହତ ଅନ୍ୟ ଜଣେ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତି
କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍