ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କେନ୍ଦୁଝର, ଜୁନ୍ ୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଂଚଳରେ ଜଣେ ବ୍ୟକ୍ତି ନିଜ ପରିବାରର ଚାରି ଜଣଙ୍କୁ ନିଆଁରେ ପୋଡ଼ି ହତ୍ୟା କରିଥିବା ପୋଲିସ ଗୁରୁବାର କହିଛି ।
ବୁଧବାର ରାତିରେ କଟୁପଡ଼ା ଗ୍ରାମରେ ସଂପୃକ୍ତ ଚାରି ଜଣ ଘରେ ଥିବା ବେଳେ ନିଆଁ ଲାଗିଥିବା ଗାଁ ଲୋକେ ଦେଖି ଏହାକୁ ଲିଭାଇବାକୁ ଚେଷ୍ଟା କରିବା ସହ ପୋଲିସ ଓ ମକଳବାହୀନୀକୁ ଖବର ଦିଆଯାଇଥିଲା ।
କିନ୍ତୁ ପରେ ସେହି ଘରର ଭିତର ପଟୁ କବାଟ ବନ୍ଦ ଥିବା ସହ ଚାରି ଜଣଙ୍କ ପୋଡ଼ା ମୃତ ଦେହ ଥିବା
ଦେଖିବାକୁ ମିଳିଥିଲା । ମୃତକମାନେ ହେଲେ ଠାକୁରା ମହାନ୍ତଙ୍କ ଦୁଇ ପତ୍ନୀ ସରସ୍ୱତୀ ମହାନ୍ତ ଓ ପାର୍ବତୀ ମହାନ୍ତ ଏବଂ ପାର୍ବତୀଙ୍କ ଦୁଇ ଝିଅ ଜହ୍ନ ମହାନ୍ତ, ସାନ ମହାନ୍ତ ।
ଏହି ଘଟଣା ପରେ ଠାକୁରା ଫେରାର୍ ଥିବାରୁ ସେ ଘରେ ନିଆଁ ଲଗାଇ ଏମାନଙ୍କୁ ପୋଡ଼ିଥିବା ପୋଲିସ କହିଛି । ପରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ।
ଓଡ଼ିଶା ଡ଼ଟ୍ କମ୍